Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ: ଆଇନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ: ଆଇନମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ । ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି । ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ । ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ । ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ସେ ଆହୁରି କହିଛନ୍ତି, ଆଇନ୍‌, ପୂର୍ତ୍ତ ଓ ଅବକାରୀ ଭଳି ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା । ୧୦୦ ଦିନିଆ, ବର୍ଷିକିଆ, ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଆଜି ଅପରାହ୍ଣରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିବି । ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରର ଆଇନଜୀବୀମାନେ ତମ୍ଭୁ ତଳେ ବସିଥିବା ଦେଖି ଖରାପ ଲାଗୁଛି । ତେଣୁ ତୁରନ୍ତ କାମ ଶେଷ ପାଇଁ ବିଭାଗ ପଦକ୍ଷେପ ନେଇଛି ।

Leave a Reply