କୋଷାଗୁମୁଡ଼ା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ବୁଧବାର ଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । କୋଷାଗୁମୁଡ଼ା ବଜାର କମିଟି ଓ ଯୁବକ ସଂଘ ତରଫରୁ ଏକ ବାଇକ ରାଲି ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି ଏକ ନଗର ପରିକ୍ରମା ଶ୍ରୀ ହନୁମାନଙ୍କ ଜୟ ଧ୍ୱନୀ ଦେଇ ଶ୍ରୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସି ଶେଷ ହୋଇଥିଲା । ଏହି ବାଇକ୍ ରାଲିରେ ପ୍ରାୟ ଶହେରୁ ଅଧିକ ସଂଖ୍ୟକ ହିନ୍ଦୁ ଧର୍ମାବଲମ୍ବୀ ସନାତନ ଥିଲେ ।