Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁମନ୍ଦୀର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁମନ୍ଦୀର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁମନ୍ଦୀର ଠାରେ ଗୁରୁବାର ଦିନ ବିଶ୍ୱବିଜୟୀ ବିବେକାନନ୍ଦଙ୍କ ଜୟନ୍ତୀ ଜନ୍ମ ଦୀବସ ପାଳନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦୀର ପ୍ରଧାନଚାର୍ଯ୍ୟ ଶାନ୍ତନୁ ମିଶ୍ର ନେତୃତ୍ୱରେ ଡୁକେରମାଲ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶିଶୁଙ୍କ ଦ୍ୱାରା ଶୋଭାଯାତ୍ରା କରାଯାଇଥିଲା ।ଶିଶୁ ଭାଇଭଉଣୀଙ୍କ ଦ୍ୱାରା ସ୍ୱାମୀବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବକୃକ୍ତାଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଅନୁଷ୍ଠାନର ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ । ଶୋଭାଯାତ୍ରାରେ ୩୫୦ ଶିଶୁ ଏବଂ ୨୨ ଜଣ ଗୁରୁଜୀଗୁରୁମା ଯୋଗଦାନ କରିଥିଲେ ।

Leave a Reply