Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦାଉଦ ଲୁଚିଛି କରାଚୀର ଡିଫେନ୍ସ ଏରିଆରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦାଉଦ ଲୁଚିଛି କରାଚୀର ଡିଫେନ୍ସ ଏରିଆରେ


ନୂଆଦିଲ୍ଲୀ : ପଳାତକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କୁ ନେଇ ବଡ଼ ଖୁଲାସା । ସୁରକ୍ଷା ଏଜେନ୍ସୀ ଏନଆଇଏକୁ ଏଭଳି ସୂଚନା ଦେଇଛି ଦାଉଦ ଇବ୍ରାହିମ୍ର ଭଣଜା ଅଲୀଶାହ ଇବ୍ରାହିମ ପାରକର । ଅଲିଶାହ ନିଜ ବୟାନରେ ଦାଉଦକୁ ନେଇ ଅନେକ ବଡ଼ କଥା ମଧ୍ୟ କହିଛି । ଅଲୀଶାହ କହିଛି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଦ୍ୱିତୀୟ ବିବାହ କରିଛି । ସେ ନିଜ ପ୍ରଥମ ପତ୍ନୀକୁ ତଲାଖକ ଦେଇ ଦ୍ୱିତୀୟ ଥର ବିବାହ କରିଛି । ଅବଶ୍ୟ ମହିଳାଙ୍କ ବିଷୟରେ ଖୁଲାସା ହୋଇନାହିଁ । ଦାଉଦ ଇବ୍ରାହିମର ଏହି ଦ୍ୱିତୀୟ ପତ୍ନୀ ପାକିସ୍ତାନର ଜଣେ ପଠାନ ପରିବାରର । ଅଲୀଶାହ ଇବ୍ରାହିମ ଦାଉଦର ଭଉଣୀ ହସୀନା ପାରକରଙ୍କ ପୁଅ । ଦାଉଦଙ୍କ ଭଣଜା ଅଲୀଶାହ ଏନଆଇୁ ପଚରାଉଚରା ସମୟରେ କହିଛି ଯେ, ଡନ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ କରାଚୀର ଡିଫେନ୍ସ ଏରିଆରେ ଲୁଚିଛି ଏବଂ ସେ ଦ୍ୱିତୀୟ ବିବାହ କରିଛି । ଏନଆଇଏ ଦାଉଦ ଇବ୍ରାହିମ୍ ଏବଂ ଡି କମ୍ପାନୀ ସହ ଜଡ଼ିତ ମାମଲାରେ ମୁମ୍ବାଇରେ ବଡ଼ ଆକାରରେ କାର୍ଯ୍ୟାନୁଷ୍ଠାନ କରିଥିଲେ । ଏଥିରେ ଅନେକ ଲୋକଙ୍କ ବୟାନ ମଧ୍ୟ ରୁଜୁ ହୋଇଥିଲା ।

Leave a Reply