Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଟିକାବାଲି:କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା କୁ ବିରୋଧ କରି ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀ ମାନେ ସମ୍ପ୍ରତି ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବେ ଭୁଶୁଡ଼ିବା ଶିକ୍ଷା ବ୍ୟବସ୍ଥା ମଧ୍ୟ ବିଗିଡ଼ି ଗଲାଣି । ଓଡିଶାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ଦେଖା ଦେଲାଣି । ଓଏସଏସସି ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ ପିଲା ପରୀକ୍ଷା ନ ଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଇଛି । ବିଜେବି କଲେଜ, ମହର୍ଷି କଲେଜ,ରାଜେନ୍ଦ୍ର ବିଶ୍ୱକେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକୁ ଅଶାନ୍ତ କରିବା ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଦେଖିବାକୁ ମିଳୁଛି । ବିଭିନ୍ନ ଅପରାଧରେ ସରକାରଙ୍କ ଫେଲ ନୀତି ଓ ପୋଲିସ ସୁରକ୍ଷା ଫେଲ କାରଣରୁ ଘଟୁଛି । ତେଣୁ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ଏହାକୁ ତୀବ୍ର ବିରୋଧ କରୁଛି । ଏହି ଆନେ୍ଦାଳନର ପ୍ରମୁଖ ଦାବିଥିଲା ଓଡ଼ିଶାରେ ଖାଲି ପଡିଥିବା ଅଧ୍ୟାପକ ପଦକୁ ତୁରନ୍ତ ପୂରଣ କରାଯାଉ ,ମହର୍ଷି କଲେଜ, ବିଜେବି କଲେଜ ଓ ବିଭିନ୍ନ କ୍ୟାମ୍ପସ ରେ ଅଣଛାତ୍ର ଙ୍କଦ୍ୱାରା ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧିଙ୍କୁ ଦଣ୍ଡ ସହ ସମସ୍ତ କ୍ୟାମ୍ପସ ର ସୁରକ୍ଷା,ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମହିଳା ଅପରାଧ ରେ ସମ୍ପୂର୍ଣ୍ଣ ଲଗାମ୍ ଲଗାନ୍ତୁ ସରକାର ଓଏସଏସସି,ମାଟ୍ରିକ ପରୀକ୍ଷାରେ ତ୍ରୁଟି କୁ ସୁଧାରନ୍ତୁ ଓ ଉଚ୍ଚ ସ୍ତରୀୟ ତଦନ୍ତ କରନ୍ତୁ,ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ପରିସ୍ଥିତି ବିରୋଧ,ଓଡ଼ିଶାରେ ଖାଲି ପଡ଼ିଥିବା ୨.୨୬ ଲକ୍ଷ ସରକାରୀ ପଦବୀର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର ।ତୁରନ୍ତ ଏହି ସବୁ ବିଷୟ କୁ ନିଜେ ମୁଖ୍ୟମନ୍ତ୍ରୀ ଧାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡିଦିଅନ୍ତୁ ଅନ୍ୟଥା ଆଗାମୀ ଦିନରେ ଏବିଭିପି ଏହି ସବୁ ବିଷୟ ର ଜବାବ ମାଗିବାକୁ ନବୀନ୍ ନିବାସ ପର୍ଯ୍ୟନ୍ତ ଯିବ । ରାଜ୍ୟର ଭୁଷୁଡି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷା ସ୍ଥିତିକୁ ବିରୋଧ କରି ରାଜ୍ୟ ସହ ସଂପାଦକ ସ୍ୱାଗତ ତ୍ରିପାଠୀ, ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ସେଠୀ, ଶିବାଶିଷ ପଣ୍ଡା, ସୌଭାଗ୍ୟ ମହାନ୍ତି,ଟୁକୁନା କୁମାର ମଲିକ, ତଅପୋଇ କହଁର, ଦିବ୍ୟ ରଞ୍ଜନ ଡାକୁଆ, ରଜତ ମହାପାତ୍ର,ଅମିତ ବେହେରା, ସୋମନାଥ ପ୍ରଧାନ,କଲ୍ୟାଣୀ ରଣା, କ୍ରିଷ୍ଣା, ତ୍ରିଲୋଚନ ଗଣ୍ଡା, ଅମୀର, ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ବିକ୍ଷୋଭ ରେ ଭାଗ ନେଇଥିଲେ ।

Leave a Reply