Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆ ପର୍ବତାରୋହୀ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ-ଆଲ୍ଟିଟୁ୍ୟଡ୍ କୁଆରି ପାସ୍ ଆରୋହଣ କରିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆ ପର୍ବତାରୋହୀ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ-ଆଲ୍ଟିଟୁ୍ୟଡ୍ କୁଆରି ପାସ୍ ଆରୋହଣ କରିଛନ୍ତି

ଭବାନୀପାଟଣା: ଏଭରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱରେ ୩ ଜଣିଆ ପର୍ବତାରୋହୀ ଦଳ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମାଳୟର ହାଇ-ଆଲ୍ଟିଟୁ୍ୟଡ୍ କୁଆରି ପାସ୍ ଆରୋହଣ କରିଛନ୍ତି । ଶ୍ରୀ ଭୋଇଙ୍କ ସହ ବରଗଡ଼ ଜିଲ୍ଲାର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୫ମ ଓଡିଶା ବାଟାଲିୟନ, ସିଟିଓ ତୃପ୍ତିମୟୀ ପ୍ରଧାନ ଓ ଝରଣା ସାହୁ ହିମାଳୟର ୧୨୫୧୬ ଫୁଟ୍ ଉଚ୍ଚତାକୁ ୩୧ ଡିସେମ୍ବର ୧୨ ଘଣ୍ଟା ୩୦ ମିନିଟରେ ସଫଳତାର ସହ ଚଢ଼ିଥିଲେ । ଏହି ହାଇ-ଆଲ୍ଟିଟିଟୁ୍ୟଡ ଦୁଃସାହସିକ କୁଆରି ପାସ ଟପ୍ ଅଭିଯାନ ଗତ ୨୮ ଡିସେମ୍ବର ୨୦୨୨ରୁ ବେସ୍ କ୍ୟାମ୍ପ ଯୋଶୀମଠରୁ ଆରମ୍ଭ ହୋଇ ଗତ ୧ ଜାନୁୟାରୀ ୨୦୨୩ ପିପଲକାଟିରେ ଶେଷ ହୋଇଥିଲା । ଏହି ହିମାଳୟନ ଯାତ୍ରାକୁ ଭାରତୀୟ ପର୍ବତାରୋହଣ ସଂସ୍ଥାନ, ନୂଆଦିଲ୍ଲୀ ସ୍ୱୀକୃତି ଦେଇଥିଲେ । ଦୀର୍ଘ ୬ ଦିନର ହିମାଳୟ ଯାତ୍ରା ଥିଲା । ପ୍ରଥମେ ଯୋଶୀ ମଠରୁ ଗୁଆଲିଙ୍ଗ କ୍ୟାମ୍ପ (୯୨୫୨ ଫୁଟ ଉଚ୍ଚତା), ତାପରେ ଖୁଲାରା କ୍ୟାମ୍ପ (୧୧୦୦୦ ଫୁଟ ଉଚ୍ଚତା), ଶେଷରେ ଖୁଲାରା କ୍ୟାମ୍ପଠାରୁ ଦୀର୍ଘ ୬ ଘଣ୍ଟାର ଦୁଃସାହସିକ ଆରୋହଣ କରି ହାଇଆଲ୍ଟିଟୁ୍ୟଡ କୁଆରି ପାସ୍ ଶିଖରରେ ପହଞ୍ଚି ଭାରତର ଜାତୀୟ ପତାକା ଉଡ଼ାଇବା ସହ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ପତାକା, ଏନ୍ସିସିର ପତାକା ମଧ୍ୟ ଉଡ଼ାଇଥିଲେ । ଏଥିସହିତ ହକି ବିଶ୍ୱକପ୍, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ, କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ମହୋତ୍ସବ-ଘୁମୁରା ୨୦୨୩ ଉଦେ୍ଦଶ୍ୟରେ ଶୁଭେଚ୍ଛା ଜଣାଇଥିଲେ ।

Leave a Reply