ମାଓବାଦୀମାନେ ଏବେ ବନ୍ଧୁକ ଛାଡି ବିକାଶର ରାସ୍ତା ବାଛୁଛନ୍ତି । ଏହି ସରକାରରେ ମୋଟ ୧୪୭୬ ଜଣ ମାଓବାଦୀ ଆତ୍ମସମର୍ପଣ କଲେଣି । ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ ଏଲେକ୍ସ ପଲ୍ ମେନନ ଅପହରଣ ମାଷ୍ଟରମାଇଣ୍ଡ ଲୋକେଶର ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୮ କୁଖ୍ଯାତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀଙ୍କ ମଧ୍ଯରେ ଅଛନ୍ତି ୯ ଜଣ ମହିଳା। ସମସ୍ତଙ୍କ ନାଁରେ ୧ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାହାକୁ ଲକ୍ଷ୍ୟ କଲେ ଜଣା ପଡୁଛି କି ଭାରତକୁ ମାଓମୁକ୍ତ କରିବାକୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ଟାର୍ଗେଟ୍ ପୂର୍ବରୁ ସଫଳ ହେବ ।