ଏକ ଭୟାବହ ବାସ୍ତବିକତାକୁ ଲୋକଲୋଚନକୁ ଆଣିଛି କେରଳା ଷ୍ଟୋରୀ -୨
ଡ. ସମନ୍ୱୟ ନନ୍ଦ
ବେଳେ ବେଳେ ଏପରି ହୁଏ ଯେ କିଛି ବାସ୍ତବିକତା ଓ ସତ ଯାହା ଆମ ଆଖ ପାଖରେ ଘଟୁଥାଏ ଓ ଆମେ ତାକୁ ଜାଣି ଥାଉ ଓ ଅନୁଭବ ମଧ୍ୟ କରିଥାଉ । ସେହି ବାସ୍ତବିକତା ଓ ସତ ଅତ୍ୟନ୍ତ ନିର୍ଦୟୀ ହୋଇଥାଏ । ତେଣୁ ଆମେ ଉକ୍ତ ବାସ୍ତବିକତା ଓ ସତ ଉପରେ ଆଲୋଚନା କରି ନ ଥାଉ । କହିବାକୁ ଗଲେ ଆମେ ସେହି ବିଷୟ ଉପରେ ସାର୍ବଜନୀନ ଭାବେ ଆଲୋଚନା କରିବାକୁ ଭୟ କରିଥାଉ । ଠିକ୍ ଏହି ପରି ଏକ ଘଟଣା ହେଉଛି ଲଭ ଜିହାଦର ଘଟଣା । ଯାହାକୁ ଆମେ ପ୍ରତିଦିନ ଖବର କାଗଜରେ ସୋସିଆଲ ମିଡିଆରେ ଓ ଟେଲିଭିଜନ ଚ୍ୟାନେଲରେ ଦେଖୁ । “ମଜହବ ନହିଁ ସିଖାତା ଆପସ ମେଁ ବୈର ରଖନା” କବିତାର ଲେଖକ ଏଭଳି ଲେଖି ଲେଖି ସେହି ମଜହବ ଆଧାରରେ ୧୯୪୭ ମସିହାରେ ଭାରତର ବିଭାଜନ କରାଇ ଦେଲେ ଓ ଭାରତର ପବିତ୍ର ଭୂମିକୁ ଖଣ୍ଡ ଖଣ୍ଡ କରି ପାକିସ୍ତାନ ନିର୍ମାଣ କରାଇ ଦେଲେ । ହେଲେ ଭାରତର ସ୍ୱାଧୀନତା ପରେ ସେକୁଲାରିଜମ ନାମକ ବଟିକା ଲଗାତାର ଶାସନ ପକ୍ଷରୁ ନାଗରିକ ମାନଙ୍କୁ ଖୁଆ ଯିବା କାରଣରୁ ଦେଶ ବିଭାଜନ ପରେ ମଧ୍ୟ ଦେଶର ଏକ ବଡ ବର୍ଗ ସେହି ସମାନ ଗୀତ “ମଜହବ ନହିଁ ସିଖାତା ଆପସ ମେଁ ବୈର ରଖନା” ଏବେ ମଧ୍ୟ ଗାଉଛନ୍ତି । ଏପରି ନୁହେଁ ଯେ ଏହି ତଥାକଥିତ ସେକୁଲାର ମାନେ ଭାରତୀୟ ସମାଜରେ ଘଟୁଥିବା ଏହି ଭୟାବହ ବାସ୍ତବିକତାକୁ ଦେଖୁ ନାହାନ୍ତି ବା ବୁଝୁ ନାହାନ୍ତି ତଥାପି ସେମାନେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି ।
ଏହି ଭଳି ଏକ ଭୟାବହ ବାସ୍ତବିକତାକୁ ସିନେମା ପରଦାରେ ଆଣିଛି କେରଲା ଷ୍ଟୋରୀ – ଗୋଜ ବିୟଂଡ । ଏହି ସିରିଜର ପୂର୍ବବର୍ତୀ ଫିଲ୍ମରେ କିଭଳି ଭାବେ କିଛି ଯୁବତୀ ମାନଙ୍କୁ ଇସଲାମରେ କନଭର୍ଟ କରି ଆଇଏସଆଇଏସରେ ସାମିଲ କରି ସେଠାରେ ସେମାନଙ୍କୁ ସେକ୍ସ ସ୍ଲେଭ କରାଯାଉଥିବାର ଘଟଣାକୁ ଦେଖାଇଥିଲା, ଚଳିତ ଫିଲ୍ମ କେରଳା ଷ୍ଟୋରୀ -୨ରେ ଏହି ଲଭ ଜିହାଦ ଜରିଆରେ କିଭଳି ଭାବେ ଭାରତର ଡେମୋଗ୍ରାଫିକ ପାଟର୍ନକୁ ପରିବର୍ତନ କରିବାକୁ ସୁନିୟୋଜିତ ଭାବେ ରାକେଟ ଚଳାଯାଉଥିବାର ଅତ୍ୟନ୍ତ ନିଖୁଣତାର ସହ ଦର୍ଶାଯାଇଛି । ୧୯୪୭ ମସିହାରେ ଭାରତକୁ ଦୁଇ ଖଣ୍ଡ କରି ପାକିସ୍ତାନ ନିର୍ମାଣ କରିବା ପରେ କିଭଳି ଭାବେ ୨୦୪୭ ସୁଦ୍ଧା କିଭଳି ସାରା ଭାରତକୁ ଗଜୱା ଏ ହିନ୍ଦରେ ପରିଣତ କରିବାକୁ ବ୍ୟାପକ ଓ ଭୟଙ୍କର ଷଡଯନ୍ତ୍ର କରାଯାଉଛି ତାକୁ ଦର୍ଶାଯାଇଛି ।
ଭାରତ ସରକାର ଓ ଭାରତର ପ୍ରଧାନମନ୍ତ୍ରୀ ଯେତେବେଳେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ଆହ୍ୱାନ କରୁଛନ୍ତି ଓ ଦେଶ ଏହି ଲକ୍ଷ୍ୟକୁ ହାସଲ କରିବାକୁ ଚେଷ୍ଟିତ ଅଛି, ଠିକ ସେତିକି ବେଳେ ଚୁପଚାପ ଭାବେ ଭାରତକୁ ଇସଲାମୀ ଦେଶ କରିବାକୁ ଦେଶର ବିଭିନ୍ନ ଅଂଚଳରେ ଛୋଟ ଛୋଟ ପ୍ରୟାସ କରାଯାଉଛି ।
ଏହି ଫିଲ୍ମ ପାଇଁ ଖୁବ ରିସର୍ଚ କରାଯାଇଛି । ଗତ ଦୁଇ – ତିନି ବର୍ଷ ଧରି ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ଗୁଜରାତ ପରି ରାଜ୍ୟରେ ଲଭ ଜିହାଦକୁ ସୁନିୟୋଜିତ ଭାବେ କରାଇବା ପାଇଁ ତନ୍ତ୍ର କାମ କରୁଥିବା ନେଇ ପୋଲିସ ଅନୁସନ୍ଧାନ ପରେ ସ୍ପଷ୍ଟ ହୋଇ ସାରିଛି । ହିନ୍ଦୁ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଆର୍ôଥକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଥିବା ପୋଲିସ ଅନୁସନ୍ଧାନରୁ ଜଣା ପଡିଛି । ଆମେ ଆମ ଆଖ ପାଖରେମଧ୍ୟ ଏପରି ଘଟଣା ଘଟୁଥିବା ଦେଖି ପାରିବା । ଓଡିଶାରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ମୁସଲମାନ ମହିଳା ତାର ସ୍ୱାମୀକୁ ହିନ୍ଦୁ ଝିଅକୁ ପ୍ରେମ ଜାଲରେ ଫସାଇ ନିକାହ କଲେ ଆର୍ôଥକ ପ୍ରୋତ୍ସାହନ ମିଳୁଛି ବୋଲି ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗକୁ କେତେ ଗୁରୁତ୍ୱର ସହ ନେଲା ତାହା ଜଣା ନାହିଁ । ହେଲେ ଉତର ପ୍ରଦେଶ ପରି ରାଜ୍ୟରେ ଏହି କାର୍ଯ୍ୟ କରୁଥିବା ମୁସଲମାନ ଯୁବକ ମାନଙ୍କୁ ରାକେଟ ଚଳାଉଥିବା ରାକେଟର ସର୍ଦାର ମାନେ ଲକ୍ଷ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଥିବାର ପ୍ରମାଣ ମିଳି ସାରିଛି ।
ଯେପରିକି ଉପରେ ଉଲ୍ଲେଖ କରାଯାଇଛି ଯେ ଏହି ଫିଲ୍ମରେ ଘଟଣାବଳୀକୁ ତିନୋଟି ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ଶହରର କାହାଣୀକୁ ସାମିଲ କରାଯାଇଛି । କେରଳର କୋଚି, ରାଜସ୍ଥାନର ଯୋଧପୁର ଓ ମଧ୍ୟ ପ୍ରଦେଶର ଗ୍ୱାଲିୟରର ତିନୋଟି ଘଟଣାକୁ ଏଥିରେ ଚିତ୍ରିତ କରାଯାଇଛି । କେରଳା ଷ୍ଟୋରୀ -୨ ରେ ଆଉ ଏକ କଥା ସ୍ପଷ୍ଟ ଭାବେ ଦର୍ଶା ଯାଇଛି ଯେ ଯେଉଁ ମୁସଲମାନ ଯୁବକ ମାନେ ଲଭ ଜିହାଦ କାର୍ଯ୍ୟ କରୁଥାନ୍ତି ସେମାନଙ୍କୁ ସେମାନଙ୍କ ପରିବାରର ସଦସ୍ୟ ଏପରିକି ମହିଳା ମାନଙ୍କର ମଧ୍ୟ ପୂର୍ଣ ସମର୍ଥନ ରହିଥାଏ । ବନ୍ଦେ ମାତରମକୁ ମଜହବ ବିରୋଧୀ ବୋଲି କହୁଥିବା ଲୋକ ମାନେ ହିନ୍ଦୁ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ନିଜର ହିନ୍ଦୁ ନାମ ଦେବା ସହିତ ମନ୍ଦିର ଯାଇ ଦେବତାଙ୍କ ଆଗରେ ନତ ମସ୍ତକ ହୋଇଥାନ୍ତି । ଏପରି କରିବାର ଏକ ମାତ୍ର ଉଦ୍ଦେଶ୍ୟ ହେଲା ଯେ ହିନ୍ଦୁ ଝିଅଙ୍କୁ ମିଛ କହି ଫସାଇବା । ଥରେ ଏହି କାର୍ଯ୍ୟରେ ସଫଳ ହେବା ପରେ ସେମାନଙ୍କର ଅସଲ ରୂପ ଦେଖିବାକୁ ମିଳିଥାଏ ଓ ସେମାନଙ୍କୁ ବିଭିନ୍ନ ପ୍ରକାରର ଚାପ ପକାଇ ସେମାନଙ୍କୁ ଇସଲାମରେ କନଭର୍ଟ କରିଥାନ୍ତି । ଏଭଳି ଖବର ଗଣମାଧ୍ୟମରେ ବାରମ୍ବାର ପୃଷ୍ଠାମଣ୍ଡନ କରୁଛି । ଯାହାକୁ ଆମେ ସବୁଦିନ ପଢୁଛେ । ଏଠାରେ ପ୍ରଶ୍ନ ଉଠିପାରେ ଯେ ଯଦି କେହି କାହାକୁ ପ୍ରେମ କରୁଛି ତେବେ ତାର ନାମକୁ ବଦଳା ହିନ୍ଦୁ ନାମ ରଖିବାର ଉଦ୍ଦେଶ୍ୟ କଣ । ଏହାର କାରଣ ହେଲା ଯେ ପ୍ରେମ ତାଙ୍କର ଉଦ୍ଦେଶ୍ୟ ନୁହଁ ବରଂ ଗୋଟିଏ ହିନ୍ଦୁ କନ୍ୟାକୁ କନଭର୍ଟ କରି ଇସଲାମକୁ ଆଣିବା ସେମାନଙ୍କର ଲକ୍ଷ୍ୟ ।
ସେହିପରି ଅନେକ ମୁସଲମାନ ଅଛନ୍ତି ଯେଉଁ ମାନେ ନିଜକୁ ପ୍ରଗତିଶୀଳ ବୋଲି ଦାବି କରିଥାନ୍ତି । ହେଲେ ସେମାନେ କେବଳ ଏହା ଦେଖାଇବା ପାଇଁ କରିଥାନ୍ତି । ବାସ୍ତବରେ ସେମାନଙ୍କର ମଧ୍ୟ ଉଦ୍ଦେଶ୍ୟ ଭାରତକୁ ଗଜୱା ଏ ହିନ୍ଦରେ ପରିଣତ କରିବା । ଏହି ଫିଲ୍ମରେ ମଧ୍ୟ କେରଳର ଜଣେ ସେକୁଲାର ସାମ୍ବାଦିକଙ୍କୁ ଏହି ଚରିତ୍ରରେ ଦର୍ଶାଯାଇଛି । ସେହିପରି ଲଭ ଜିହାଦରେ ଜାଲରେ ଫସାଇ ହିନ୍ଦୁ ଝିଅ ମାନଙ୍କୁ ବେଶ୍ୟାବୃତିରେ ଲଗାଇ ଦେବା ଭଳି ଘଟଣାକୁ ମଧ୍ୟ ଏଥିରେ ଦେଖା ଯାଇଛି । ସିନେମାରେ ଦେଖା ଦେଇଥିବା ସମସ୍ତ ଚରିତ୍ର ଓ କାହାଣୀ ଆଦୌ କଳ୍ପନା ନୁହେଁ ବରଂ ଭାରତରେ ଘଟି ସାରିଥିବା ଓ ନ୍ୟାୟାଳୟରେ ଚାଲୁଥିବା ମାମଲାର ବିଚାର ଆଧାରରେ ତିଆରି ହୋଇଛି । ତେଣୁ ଯଦି କେହି ଏହାକୁ କାଳ୍ପନିକ ବୋଲି କହୁଛି ତେବେ ସେ ସତ ଉପରୁ ଆଖି ବୁଜି ଦେବାକୁ ଚାହୁଁଛି ।
ଜଣେ ବାମପନ୍ଥୀ ଫିଲ୍ମ ନିର୍ଦେଶକ ଅନୁରାଗ କାଶ୍ୟପ ଏହି ଫିଲ୍ମକୁ ପ୍ରପାଗଣ୍ଡା ବୋଲି କହିଛନ୍ତି । ଏଠାରେ କାଶ୍ୟପ କୌଣସି ବ୍ୟକ୍ତି ନୁହନ୍ତୁ ବରଂ ସେକୁଲାର ମାନଙ୍କର ପ୍ରତୀକ । ସେ ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ବେଳେ କହିଛନ୍ତି ଯେ ଯେଭଳି ଭାବେ ଫିଲ୍ମରେ ଏକ ହିନ୍ଦୁ ଝିଅକୁ ଜୋର ଜବରଦସ୍ତି କନଭର୍ଟ କରିବାକୁ ବିଫ ଖୁଆଉଥିବା ଦୃଶ୍ୟ ଦେଖା ଯାଇଛି ସେଭଳି କେବେ ହୋଇ ନ ଥାଏ । ଏଭଳି ତ କାହାକୁ ଖେଚୁଡି ମଧ୍ୟ ଖୁଆ ଯାଇ ନ ଥାଏ ବୋଲି ସେ କହିଛନ୍ତି ।
କାଶ୍ୟପ ବୋଧ ହୁଏ ବାହାର ଦୁନିଆରେ ଅଛନ୍ତି । ନ ହେଲେ ସେ ଏଭଳି କଥା କହି ନ ଥାନ୍ତେ । ଅନୁରାଗ କଶ୍ୟପ ବୋଧ ହୁଏ ଝାଡଖଣ୍ଡର ପ୍ରସିଦ୍ଧ ରାଷ୍ଟ୍ରୀୟ ସ୍ତରର ଶୂଟର ତାରା ଶହଦେବଙ୍କ ସହ ଘଟିଥିବା ଦୃଦୟ ବିଦାରକ ଘଟଣାକୁ ଭୁଲି ଯାଇଛନ୍ତି । ୨୦୧୪ ମସିହା ସମୟର କଥା । ରଣଜିତ କୋହଲୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ କରି ବିବାହ କଲେ। ଧୁମଧାମରେ ବାହାଘର ହେଲା ।ପରେ ଜଣା ପଡିଲା ସେ ରଣଜୀତ ନୁହେଁ ତାର ଅସଲ ନାମ ହେଲା ରକିବୁଲ ହସନ । ଏହା ପରେ ରକିବୁଲ ହସନ ଓ ତା ମା ମିଶି ତାରାଙ୍କୁ ଇସଲାମରେ କନଭର୍ଟ କରିବାକୁ ଚେଷ୍ଟା କରିବା ସହ ବିଫ ଖୁଆଇବାକୁ ଚେଷ୍ଟା କରିଥିଲେ । ତେବେ ତାରା ଏହା ବିରୁଦ୍ଧରେ ଲଢିଲେ ତଥା ୨୦୨୩ ମସିହାରେ କୋର୍ଟ ରକିବୁଲ ଓ ତାର ପରିବାର ସଦସ୍ୟଙ୍କୁ ଦଣ୍ଡିତ କରିଛନ୍ତି । ଆଖି ସାମନାରେ ପ୍ରମାଣ ଥାଇ ମଧ୍ୟ ଆମେ ବାସ୍ତବିକତାକୁ ମାନିବାକୁ ପ୍ରସ୍ତୁତ ନାହୁଁ ।
ତେଣୁ ଏହି ଫିଲ୍ମ ବାସ୍ତବରେ ଛୋଟ ଛୋଟ ଝିଅ ମାନଙ୍କୁ ଜାଗରଣ କରିବାର କାର୍ଯ୍ୟ କରିବ । ଯଦି କାହାକୁ ଏହି ଫିଲ୍ମ ପସନ୍ଦ ନୁହେଁ ତେବେ ସେମାନେ ନ ଦେଖନ୍ତୁ। ହେଲେ ଏହି ଫିଲ୍ମରେ ବାସ୍ତବିକତା ନାହିଁ ବୋଲି କହିବା ପୀଡିତା ଓ ସେମାନଙ୍କ ପରିବାରବର୍ଗ ପ୍ରତି ଅପମାନ ।