ଉତ୍ତରକାଶୀରେ ମଙ୍ଗଳବାର ଦିନ ପ୍ରକୃତିର ତାଣ୍ଡବ ସୃଷ୍ଟି ହୋଇଛି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି।ଭାରତୀୟ ସେନାର ବ୍ରିଗେଡ କମାଣ୍ଡର ବ୍ରିଗେଡୀୟ ମାନଦୀପ ଢିଲୋଁ କହିଛନ୍ତି, “ଆଜି ଧରାଲି ଗାଁରେ ଭୂସ୍ଖଳନ ଏବଂ ହିମସ୍ଖଳନ ଘଟିଛି। ହର୍ଷିଲ ପୋଷ୍ଟରେ ଅବସ୍ଥିତ ଭାରତୀୟ ସେନା ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ୧୦ ମିନିଟ୍ ମଧ୍ୟରେ ଗାଁରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ତେବେ ଏହି ବନ୍ୟା କାରଣରୁ ଭାରତୀୟ ସେନାର ଶିବିର ଓ ଉଦ୍ଧାରକାରୀ ଦଳର କିଛି ଲୋକ ପ୍ରଭାବିତ ହୋଇଥିଲେ । ଗଙ୍ଗୋତ୍ରୀ ଧାମ ଓ ମୁଖବା ନିକଟରେ ସ୍ଥିତ ଧରାଲୀ ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡି ଆସିଛି । ପାଣି ଖୁବ୍‌ ଜୋରରେ ମାଡି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଥିବା ଖବର ମିଳିଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳି ନାହିଁ ।

Leave a Reply