ଉତ୍କଳ ବିପନ୍ନ ସହାୟତା ସମିତି ଯୋଗକେନ୍ଦ୍ର ତରଫରୁ ଗୁରୁ ପୂଜନ ଉତ୍ସବ
ଭୁବନେଶ୍ୱର: ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଗୁରୁବାର ଦିନ ସକାଳ ୬ ଘଟିକା ସମୟରେ ଉତ୍କଳ ବିପନ୍ନ ସହାୟତା ସମିତି ଯୋଗକେନ୍ଦ୍ର ତରଫରୁ ଗୁରୁପୂଜନ ଅନୁଷ୍ଠିତ ହୋଇ ଯାଇଛି । ଏହି ଗୁରୁପୂଜନ ଉତ୍ସବରେ ୭୦ ରୁ ଉର୍ଦ୍ଧ୍ୱ ଭାଇ ଓ ଭଉଣୀମାନେ ଯୋଗ ଗୁରୁ ଅଜ୍ଞ କୁମାର ଦାସ, ନନ୍ଦ କିଶୋର ଜେନା, ଶକୁନ୍ତଳା ଜେନାଙ୍କୁ ଫୁଲ,ଚନ୍ଦନ, ଧୂପ,ଦୀପ ହୁଳହୁଳି ସହିତ ବନ୍ଦାପନା କରି ପୂଜନ କରିଥିଲେ । ସେମାନଙ୍କର ଓ ବେଦବ୍ୟାସଙ୍କର ଗୁଣଗାନ କରିବା ସଂଗେ ସଂଗେ ଗୁରୁମାନଙ୍କୁ ଫଳ ଭୋଜନରେ ଆପ୍ୟାୟିତ କରିଥିଲେ । ଗୁରୁ ଓ ଗୁରୁମା ସେମାନଙ୍କର ବକ୍ତବ୍ୟରେ ଅପପୃଷ୍ଟି, ତେଲ ଛଣା ଖାଦ୍ୟ ପରିହାର କରିବା ସଂଗେ ସଂଗେ ସାତ୍ୱିକ ଖାଦ୍ୟ ଗ୍ରହଣ ଯୋଗ ପ୍ରାଣାୟାମ ଉପରେ ଗୁରୁତ୍ୱ ଦେଇ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବାକୁ ଉପଦେଶ ଦେଇଥିଲେ ।