Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିବାସୀ ମାଟିର ବୈଜ୍ଞାନିକ ସଦାଶିବ ମାଝୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିବାସୀ ମାଟିର ବୈଜ୍ଞାନିକ ସଦାଶିବ ମାଝୀ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସହରସ୍ଥ କୁମ୍ଭାର ସାହିର ସଦାଶିବ ମାଝୀ ତିଆରି କଲେ ବିନା ବିଦ୍ୟୁତ୍ ଓ ବିନା ତେଲରେ ଚାଲିବା ଧାନ ରୁଆ ଯନ୍ତ୍ର ଓ ନିଜ ସୁକ୍ଷ୍ମ ମସ୍ତିଷ୍କ ରେ ବାରମ୍ବାର ପ୍ରୟାସ କରି ଶେଷରେ ସଫଳ ହୋଇ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ଗ୍ରହଣ କଲେ ପୁରସ୍କାର ଓ ଜୟପୁର ଏୟାର ଷ୍ଟ୍ରିପ ନିକଟରେ ସେ ନିଜର ମା ସନ୍ତୋଷୀ ଇଞ୍ଜିନିଅରିଙ୍ଗ ୱାର୍କସୋପ୍ ଦୀର୍ଘ ୧୨ ବର୍ଷ ହେଲା ଫେବ୍ରିକେସନ୍ ୟୁନିଟ ଖୋଲି ବିଭିନ୍ନ ପ୍ରକାର ୱେଲ୍ଡିଂ ୱାର୍କ କରି ଆସୁଥିଲେ ଓ କିନ୍ତୁ ତାଙ୍କ ମନ ଭିତରେ କିଛି ଅଲଗା କରିବାର ପ୍ରୟାସ ଜାରି ରହିଥିଲା ଓ ଗତ କିଛି ବର୍ଷ ହେବ ସେ ଚଳାଇଥିବା ଉଦ୍ୟମ ଏବେ ସଫଳ ହେଲା ଓ କୋରାପୁଟ ଜିଲ୍ଲାର ଚାଷୀଙ୍କ କଠିନ ପରିଶ୍ରମ କୁ ଦୃଷ୍ଟିରେ ରଖି ଓ ସେ ଚାଷୀ ମାନଙ୍କ ଉନ୍ନତି କରିବା ନିମନ୍ତେ ନିରନ୍ତର ଏହି ଧାନ ରୁଆ ଯନ୍ତ୍ର ତିଆରି ରେ ପ୍ରୟାସ ଜାରି ରଖିଥିଲେ ଓ ଚାଷୀ ମାନଙ୍କୁ ଏହି ଧାନରୁଆ ଯନ୍ତ୍ରପାତି ପହଞ୍ଚାଇବା ତାଙ୍କର ପ୍ରମୁଖ ଲକ୍ଷ୍ୟ ଥିଲା ଓ ସେ ପୂର୍ବରୁ ବହୁବାର ଚେଷ୍ଟା କରି ଏପରି ଯନ୍ତ୍ର ବନେଇବାରେ ବିଫଳ ମଧ୍ୟ ହୋଇଥିଲେ ଓ ଶେଷରେ ଏହା ସପ୍ତମ ପ୍ରାୟସରେ ସେ ସଫଳ ହୋଇଛନ୍ତି ଓ ଏହି ମେସିନ୍ ର ଓଜନ ମାତ୍ର ୪୦ କିଲୋ ହୋଇଥିବା ହେତୁ ଏହାକୁ ଜଣେ ଚାଷୀ ଆରାମରେ ଚାଷ ଜମିରେ ଟାଣିନେଇପାରିବ ଓ ଏହାର ମୂଲ୍ୟ ବଜାରରେ ୨୫ ହଜାର ରୁ ୩୦ ହଜାର ଟଙ୍କା ରହିବ ବୋଲି ସଦାଶିବ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଯଦି ତାଙ୍କୁ ନୂତନ ଜ୍ଞାନ କୌଶଳର କିଛି ଯ୍ୟନ୍ତ୍ରପାତିର ସୁ୍ୱିଧା ଯୋଗାଇଦେବେ ତାହେଲେ ସେ ଚାଷୀ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଏହି ଯନ୍ତ୍ର ଯୋଗାଇଦେବୀ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave a Reply