Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ପ୍ରଥମ ଦିନରେ ଭାରତ ବିଜୟୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ପ୍ରଥମ ଦିନରେ ଭାରତ ବିଜୟୀ

ରାଉରକେଲା,୧୩ା୧: ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଆଜି ପ୍ରଥମ ଦିନରେ ଚାରିଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଶେଷ ମ୍ୟାଚ୍ଟି ଭାରତ ଓ ସ୍ପେନ ମଧ୍ୟରେ ହୋଇଥିଲା । ରାଉରକେଲାର ିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିବା ବେଳେ ଏଥିରେ ଭାରତ ବିଜୟୀ ହୋଇଛି । ଭାରତୀୟ ଦଳ ୨-୦ ଗୋଲରେ ସ୍ପେନ୍କୁ ପରାସ୍ତ କରିଛି । ଏହା ସହିତ ଦଳ ବିଜୟରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ପ୍ରଥମ କ୍ୱାର୍ଟର ଆରମ୍ଭରୁ ଭାରତ ଧୀମା ଖେଳିଥିଲା । କିନ୍ତୁ ସମୟ ବିତିବା ସହିତ ଦଳ ଖେଳର ବେଗ ବଢ଼ାଇଥିଲା । ଏହି କ୍ୱାର୍ଟରର ଅଧା ସମୟ ବିତିବା ପର୍ଯ୍ୟନ୍ତ ଭାରତ କିମ୍ବା ସ୍ପେନ୍ କାହାକୁ ପେନାଲ୍ଟି କର୍ଣ୍ଣର ମିଳି ନଥିଲା । ପରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଭାରତ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା । କିନ୍ତୁ ତା’ ପରେ ମିଳିଥିବ ପେନାଲ୍ଟି କର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିଥିଲା । ଆଉ ଏହି ଗୋଲ୍ଟି କରିଥିଲେ ଦଳର ଉପ-ଅଧିନାୟକ ତଥା ଓଡ଼ିଶାର ଅମିତ ରୋହିଦାସ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଟିମ୍ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ଶ୍ରୀଜେଶଙ୍କ ସ୍ଥାନରେ କୃଷ୍ଣ ପାଠକ ଗୋଲ୍କିପର ଦାୟିତ୍ୱ ନେଇଥିଲେ । ଏହି କ୍ୱାର୍ଟରରେମଧ୍ୟ ଭାରତ ତା’ର ଆକ୍ରମଣ ଜାରି ରଖିଥିଲା । ସ୍ପେନ୍କାଉଣ୍ଟର ଆଟାକ୍ କରିଥିଲା । କିନ୍ତୁ ଭାରତକୁ ଚେକ୍ଦେ ବାରେ ବିଫଳ ହୋଇଥିଲା । ଏହି କ୍ୱାର୍ଟରରେ ସ୍ପେନ୍ ତା’ର ପ୍ରଥମ ପେନାଲଟି କର୍ଣ୍ଣର ପାଇଥିଲା । ତେବେ ଏହାକୁ ଗୋଲ୍ରେ ପରିଣତ କରିପାରି ନଥିଲା । ଭାରତୀୟ ଗୋଲ୍ କିପର କୃଷ୍ଣ ପାଠକ ଗୋଲ ହେବାକୁ ଦେଇ ନଥିଲେ । ଅନ୍ୟପକ୍ଷରେ ଭାରତ ଆଉ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା । ଏହି ଗୋଲ୍ଟି ହାର୍ଦ୍ଦିକ ସିଂହ ଦେଇଥିଲେ । ଭାରତ ୨-୦ ଗୋଲରେ ଆଗୁଆ ରହି ତୃତୀୟ କ୍ୱାର୍ଟରରେ ପହଞ୍ଚିଥିଲା । ଏହି କ୍ୱାର୍ଟରରେ କେହି କାହା ଉପରେ ଗୋଲ୍ ଦେଇ ପାରି ନଥିଲେ । ଭାରତ କିଛି ସୁଯୋଗ ପାଇଥିଲେ ବି ସେଗୁଡ଼ିକୁ ଗୋଲ୍ରେ ପରିଣତ କରିପାରି ନଥିଲା । ତୃତୀୟ କ୍ୱାର୍ଟର ମଧ୍ୟ ୨-୦ରେ ଶେଷ ହୋଇଥିଲା । ଚତୁର୍ଥ କ୍ୱାର୍ଟରରେ ସ୍ପେନ୍ ଖେଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏହି କ୍ୱାର୍ଟରେ ଅଭିଷେକଙ୍କୁ ହଳଦିଅକାର୍ଡ ମିଳିଥିଲା । ଫଳରେ ୧୦ ମିନିଟ୍ ପାଇଁ ୧୦ ଜଣ ଖେଳାଳିରେ ଦଳ ଖେଳିଥିଲା । ଏହି କ୍ୱାର୍ଟରରେ କିଛି ସମୟ ପାଇଁ ଭାରତକୁ ଚାପରେ ରଖି ସ୍ପେନ୍ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । ତେବେ ଏହାକୁ ଗୋଲରେ ପରିଣତ କରି ପାରି ନଥିଲା । ପୁଣି ଗୋଲକିପରି କୃଷ୍ଣ ପାଠକ ଏଥିରେ ବାଧକ ସାଜିଥିଲେ । ଆଉ ଶେଷରେ ଭାରତ ବିଜୟୀ ହୋଇଥିଲା । ଅମିତ ରୋହିଦାସଙ୍କ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ । ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ହରାଇଥିଲା । ସେହିପରି ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ୫-୦ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଥିଲା ।

Leave a Reply