ଅହମଦାବାଦ: ଗଡ଼ିଲା ରଥ । ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଲା ରଥ । ଆଜି ସକାଳେ ଅହମଦାବାଦରେ ୧୪୮ ତମ ରଥଯାତ୍ରା ପାଳିତ ହୋଇଯାଇଛି । ଯେଉଁଠାରେ ଜଗନ୍ନାଥମୟ ହୋଇଛି ପୂରା ପରିବେଶ । ଭକ୍ତ ଭଗବାନଙ୍କର ମିଳନ ହୋଇଛି । ତିନି ରଥରେ ତିନି ଠାକୁରଙ୍କୁ ବସାଇ ରଥ ଟାଣିଛନ୍ତି ଭକ୍ତ ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରଥଯାତ୍ରା ପହଣ୍ଡି ବିଧି କରିବା ସହ ଛେରା ପହଁରା କରିଥିଲେ ପରେ ରଥଟଣା ଆରମ୍ଭ ହୋଇଥିଲା । ସକାଳେ ଅମିତ ଶାହ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ରଥଯାତ୍ରା ପାଇଁ ବାହାରିଥିବା ଏକ ଶୋଭାଯାତ୍ରାରେ ୧୮ଟି ହାତୀ, ୧୦୦ ଟ୍ରକ, ସଂକୀର୍ତ୍ତନ ମଣ୍ଡଳୀ ସହ ୩୦ଟି ଆଖଡା ସାମିଲ ଅଛନ୍ତି ଯେଉଁମାନେ ଦିନ ତମାମ ୧୬ କିମି ବାଟ ଯିବେ । ୧୦୦ଟି ଟ୍ରକ୍ ବିଭିନ୍ନ ଥିମକୁ ନେଇ ସୁସଜ୍ଜିତ ହୋଇଛି ।
ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ରଥଯାତ୍ରା ପାଇଁ ପ୍ରସ୍ତୁତି ସରିଲାଣି । ନୂଆକରି ହୋଇଥିବା ଦୀଘା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆରମ୍ଭ ହେବ । କେବଳ ଏହି ଦୁଇ ଜାହଗା ନୁହେଁ ଓଡିଶା ବାହାରେ ବି ବଡ଼ ଧୁମଧାମରେ ରଥଯାତ୍ରା ପାଳନ ହେଉଛି ।