Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଦୁଃଖଦାୟକ: ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଦୁଃଖଦାୟକ: ମୋଦି


ନୂଆଦିଲ୍ଲୀ : ନିକଟ ଅତୀତରେ ଅଷ୍ଟ୍ରେଲିଆରେ ହୋଇଥିବା ହିନ୍ଦୁ ମନ୍ଦିର ଭଙ୍ଗା ପ୍ରସଙ୍ଗରେ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଥୋନୀ ଆଲବାନିଙ୍କ ସହ କଥା ହେବା ପରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଅଷ୍ଟ୍ରେଲିଆରୁ ମନ୍ଦିର ଭଙ୍ଗା ଘଟଣା ନିୟମିତ ଭାବେ ଆସୁଛି । ସ୍ୱାଭାବିକ ଭାବରେ, ଏହିପରି ଖବର ଭାରତର ସମସ୍ତ ଲୋକଙ୍କୁ ଚିନ୍ତାରେ ପକାଉଛି ଏବଂ ମୋ ମନକୁ ବ୍ୟଥିତ କରୁଛି । ଏହି ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀ ଆଲବାନେଙ୍କୁ ଅବଗତ କରାଇଛି । ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ତାଙ୍କ ପାଇଁ ଏକ ବିଶେଷ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଉଭୟ ଦେଶର ଦଳ ଏହି ପ୍ରସଙ୍ଗରେ ନିୟମିତ ଯୋଗାଯୋଗରେ ରହିବେ ଏବଂ ଯଥାସମ୍ଭବ ସହଯୋଗ କରିବେ । ଏଥିସହ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କ ସହ ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସୁରକ୍ଷା ଏବଂ ପାରସ୍ପରିକ ନିରାପତା ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା । ନିର୍ଭରଯୋଗ୍ୟ ଏବଂ ଶୃଙ୍ଖଳା ବିକାଶ ପାଇଁ ଆମେ ପାରସ୍ପରିକ ସହଯୋଗ ବିଷୟରେ ଆଲୋଚନା କଲୁ । ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଏକ ବିସ୍ତୃତ ଅର୍ଥନୈତିକ ଚୁକ୍ତି ଉପରେ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ, ଆମେ ଗତ କିଛି ବର୍ଷ ମଧ୍ୟରେ ପରସ୍ପରର ସୈନ୍ୟବାହିନୀ ପାଇଁ ସମର୍ଥନ ସହିତ ଉଲ୍ଲେଖନୀୟ ଚୁକ୍ତିନାମା କରିଛୁ । ଏହି ସମୟରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଁ ଆମର ଉଚ୍ଚାଭିଳାଷୀ ଅର୍ଥନୈତିକ ସହଯୋଗ ଚୁକ୍ତିନାମାକୁ ଯଥାଶୀଘ୍ର ସମାପ୍ତ କରିବାକୁ ସହମତ ହୋଇଛୁ । ମୁଁ ଆଶା କରୁଛି ଯେ ଆମେ ଚଳିତ ବର୍ଷ ଏହାକୁ ଚୂଡାନ୍ତ କରିବାକୁ ସମର୍ଥ ହେବୁ । ସୂଚନାଥାଉକି ଅହମ୍ମଦାବାଦ ଏବଂ ମୁମ୍ବାଇରେ କାର୍ଯ୍ୟକ୍ରମ ଶେଷ କରିବା ପରେ ଗୁରୁବାର ସନ୍ଧ୍ୟାରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପହ ିଛନ୍ତି ।

Leave a Reply