Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିପୁଳ ପୁଞ୍ଜିନିବେଶକୁ ସାକାର କରିବା : ଅଶ୍ୱିନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିପୁଳ ପୁଞ୍ଜିନିବେଶକୁ ସାକାର କରିବା : ଅଶ୍ୱିନୀ

ଭୁବନେଶ୍ୱର: ମୋଦି ସରକାରକୁଏହାର ପୂର୍ବ ସରକାର ସହ ତୁଳନା କଲେ ଏକ ବିରାଟପରିବର୍ତ୍ତନ ଦେଖିବାକୁ ମିଳେ । ଅତୀତରେ ଓଡ଼ିଶାକୁଅବହେଳାର ଶିକାର ହେବାକୁ ପଡୁଥିବାବେଳେ ଏବେଓଡିଶାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବ କହିଥିଲେ । ବିଶେଷ ଭାବେ ରେଳ ବିକାଶକ୍ଷେତ୍ରରେ ଓଡିଶାକୁ ପ୍ରତି ବର୍ଷ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ୱଆର୍ଥୀକ ଅନୁଦାନ ଆସୁଛି । ଶ୍ରୀଲଙ୍କାରେ ମୋଟ୧୭ହଜାର କିଲୋମିଟର ରେଲନେଟୱାର୍କ ଥିବାେବେଳକେବଳ ବିଗତ ୧୦ବର୍ଷରେ ଓଡ଼ିଶାରେ ୧୮ହଜାରକି.ମି ନୂଆ ରେଳ ଲାଇନ ଯୋଡି ହୋଇଛି । ରାଜ୍ୟରେପୂର୍ବ ସରକାର ଅମଳରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତକରିବାରେ ଅନେକ ବାଧା ଉପୁଜୁ ଥିଲା । ପ୍ରଶାସନିକକଳର ସହଯୋଗ ଅଭାବରୁ ଯେଉଁ ବେଗରେ ବିକାଶକରିବାକୁ ମୋଦୀଜି ଚାହୁଁଥିଲେ ସେଥିରେ ରାଜ୍ୟ ସରକାରଅନ୍ତରାୟ ସୃଷ୍ଟି କରୁଥିଲେ । କିନ୍ତୁ ଏବେ ଡବଲ ଇଞ୍ଜିନସରକାର ଗଠନ ହୋଇଥିବାରୁ ରାଜ୍ୟକୁ ଏକ ଲକ୍ଷକୋଟିର ରେଳ ପ୍ରକଳ୍ପ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।ନୂତନ ରେଳ ଲାଇନ, ବିଦ୍ୟୁତିକରଣ, ପ୍ଲାଟଫର୍ମ ସମେତଭିତିଭୁମି ସୁଦୃଢ କରାଯାଇଛି । ବର୍ତମାନ ରାଜ୍ୟରେ ଡବଲଇଂଜିନ ସରକାର ଗଠନ ହୋଇଛି ଏବଂ ଜମି ଅଧିଗ୍ରହଣସମସ୍ୟାର ସମାଧାନ କରାଯାଇ ତ୍ୱରିତ ବିକାଶ କରାଯିବ । ଜଗନ୍ନାଥ ଭକ୍ତଙ୍କ ସୁବିଧା ପାଇଁ ଚଳିତ ବର୍ଷ ରଥଯାତ୍ରାପାଇଁ ୩୧୫ଟି ସ୍ୱତନ୍ତ୍ର ଯାତ୍ରୀବାହୀ ରେଳ ଚଳାଚଳ କରିବବୋଲି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଖାଲିସେତିକି ନୁହେଁ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ହବ ସ୍ଥାପନପାଇଁ ଏକ ବୃହତ ପ୍ରକଳ୍ପର ପରିଯୋଜନା ସହସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟର ଯୁବକମାନଙ୍କ ପାଇଁବିପୁଳ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକସେମିକଣ୍ଡକ୍ଟର ଟ୍ରେନିଂ ସେଣ୍ଟର ଖୋଳିବାକୁ ମଧ୍ୟ ସେରାଜ୍ୟ ସରକାରଙ୍କ ସହ ମିଳିତ ସହଯୋଗରେ ଯୋଜନାରଖିଛନ୍ତି ବୋଲି କହିଥିଲେ ।

Leave a Reply