Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସେନା ପ୍ରମୁଖ କାର୍ଯ୍ୟଭାର ସମ୍ଭାଳିଲେ ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସେନା ପ୍ରମୁଖ କାର୍ଯ୍ୟଭାର ସମ୍ଭାଳିଲେ ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ


ନୂଆଦିଲ୍ଲୀ : ଦେଶର ୩୦ତମ ସେନା ପ୍ରମୁଖ ରୂପେ ଲେଫ୍ଟନେଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ଦିନ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ଚାରି ଦଶକରୁ ଅଧିକ ରାଷ୍ଟ୍ର ସେବା କରିବା ପରେ ରବିବାର ଦିନ ସେବାନିବୃତ ହୋଇ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ଏପରି ସମୟରେ ସିଓଏଏସ୍‌ର ପଦଭାର ସମ୍ଭାଳିଥିବାବେଳେ ବୈଶ୍ୱିକ ଭୂ-ରଣନୀତିକ ବାତାବରଣ ଗତିଶୀଳ ହୋଇଛି । ଏହାସହ ଟେକ୍‌ନିକ ପ୍ରଗତି ଏବଂ ଆଧୁନିକ ଯୁଦ୍ଧ ଲଗାତାର ବଦଳିବା ସ୍ୱରୂପ କାରଣରୁ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ଆହୁରି ସ୍ପଷ୍ଟ ହେବାକୁ ଯାଉଛି । ଲେପ୍ଟନାଂଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ବର୍ଷ ୧୫ ଫେବୃଆରୀକୁ ଉପ ସେନା ପ୍ରମୁଖ ନିଯୁକ୍ତ କରାଯାଇଥିଲା । ଏହା ପୂର୍ବରୁ ସେ ୧ ଫେବୃଆରୀ, ୨୦୨୨କୁ ସେନାର ଉତରୀ କମାନ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍ ହୋଇଥିଲେ । ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍ ଏବଂ ଅତି ବିଶିଷ୍ଟ ସେବା ପଦପରେ ସମ୍ମାନିତ କରାଯାଇଛି । ଲେଫ୍ଟେନେଂଟ ଜେନେରାଲ ଦ୍ୱିବେଦୀ ସୈନିକ ସ୍କୁଲ ରୀବା ଏବଂ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ, ଖଡ଼କବାସଲାର ଛାତ୍ର ଥିଲେ । ତାଙ୍କୁ ୧୫ ଡିସେମ୍ବର, ୧୯୮୪କୁ ଭାରତୀୟ ସୈନ୍ୟ ଏକାଡେମୀ, ଡେରାଡୁନରୁ ଜାମ୍ମୁ ଓ କାଶ୍ମୀର ରାଇଫଲ୍ସର ୧୮ତମ ବାଟାଲିୟନରେ ନିଯୁକ୍ତ କରାଯାଇଥିଲା ।

Leave a Reply