Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷା ବିକାଶ ସମିତିର ବଲାଙ୍ଗୀର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ/ଆଚାର୍ଯ୍ୟ କର୍ମଶାଳା ଉଦଯାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷା ବିକାଶ ସମିତିର ବଲାଙ୍ଗୀର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ/ଆଚାର୍ଯ୍ୟ କର୍ମଶାଳା ଉଦଯାପିତ


ବଲାଙ୍ଗିର:, ମହୀମୁଣ୍ଡା ସ୍ଥିତ ସରସ୍‌ତୀ ଶିଶୁମନ୍ଦିର ଠାରେ ଆଜି ଶିକ୍ଷା ବିକାଶ ସମିତି, ଓଡ଼ିଶାର ବଲାଙ୍ଗୀର ସଂକୁଳ ସ୍ତରୀୟ ଆଚାର୍ଯ୍ୟ/ ଆଚାର୍ଯ୍ୟା କାର୍ଯ୍ୟଶାଳାର ଉଦଯାପନା ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଶ୍ୱାତ୍ମା ଚେତନା ପରିଷଦ ,ବଲାଙ୍ଗୀରର ସଂପାଦକ ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ସଂକୁଳ ସଂଯୋଜକ ସୁବ୍ରତ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କର୍ମଶାଳା ୨୬ ତାରିଖ ଅପରାହ୍ନରୁ ଆରମ୍ଭ ହୋଇ ୨୯ ତାରିଖ ମଧ୍ୟାହ୍ନରେ ସମାପନ ହୋଇଥିଲା । ଉକ୍ତ ପ୍ରଶିକ୍ଷଣରେ ବଲାଙ୍ଗୀର ସଂକୁଳର ୮ଟି ବିଦ୍ୟାଳୟର ଶିଶୁବାଟିକା ବିଭାଗରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟାପନା କରୁଥିବା ୧୫୫ ଜଣ ଗୁରୁଜୀ/ଗୁରୁମା ଯୋଗ ଦେଇଥିଲେ । ମହୀମୁଣ୍ଡା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ ବଗର୍ତ୍ତୀ ନୂତନ ଶିକ୍ଷା ନୀତି- ୨୦୨୦ର ଏନ୍‌.ସି.ଏଫ୍‌-୨୦୨୩ର ରୂପରେଖର ଆଲୋଚନା, ଶାରିରୀକ ଶିକ୍ଷାରେ କିଶୋର କୁମାର ମଟାରୀ ,ସଙ୍ଗୀତ ଶିକ୍ଷାରେ ଭାରତୀ ସାହୁ, ସଂସ୍କୃତ ଶିକ୍ଷାରେ ବନ୍ଦନା ପତି, ଯୋଗ ଶିକ୍ଷାରେ ସଞ୍ଜୟ ପୁରୋହିତ,ପ୍ରି ଭୋକେସନାଲ୍ ଟ୍ରେନିଂର ଅଭ୍ୟାସ ତ୍ରିଲୋଚନ ଦାଶ୍ , ସୁଲିଖନର ଅଭ୍ୟାସ ପ୍ରାନ୍ତ ନୀରିକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ, ଶ୍ରୀରାମଙ୍କ ଚରିତ ଉପରେ ଘନଶ୍ୟାମ ପ୍ରଧାନଙ୍କ ପ୍ରବଚନ ଆଦି ପ୍ରମୁଖ ବିଷୟରେ ମୋଟ ୧୬ଟି କାଳାଂଶର ଅଭ୍ୟାସ ତଥା ଆଲୋଚନା କରାଯାଇ ଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହୀମୁଣ୍ଡା ସରପଞ୍ଚ ରଞ୍ଜିତା ଭୋଇ ଓ ମୁଖ୍ୟ ବକ୍‌ତା ରୂପେ ଚାରଭଟାର ବିଜ୍ଞାନ ଶିକ୍ଷକ କେଶବ ପଟେଲ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ୟ ଉଦଯାପନୀ ଅବସରରେ ସ୍ୱାମିଜୀ ନିଜର ବୈୟଦ୍ଧିକ ଦେଇ କହିଲେ ଯେ ଭାରତୀୟ ଆଧାରରେ ଯଦି ଗତି କରିବା ଜୀବନ ସୁନ୍ଦର, ବୈଭବଶାଳୀ,ସମୃଦ୍ଧ, ଶ୍ରୀ ସଂପୂର୍ଣ୍ଣ ହୋଇପାରିବ । ମଞ୍ଚାସୀନ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ବିଶ୍ୱାତ୍ମ ଚେତନା ପରିଷଦର ପ୍ରଧାନ ଶିକ୍ଷକ ତରୁଣ କୁମାର ତ୍ରିପାଠୀ,ମହୀମୁଣ୍ଡା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୋପିନାଥ ବଗର୍ତ୍ତୀ, ମହୀମୁଣ୍ଡା ବିଦ୍ୟାଳୟର ସଭାପତି ଅର୍ନ୍ତଯ୍ୟାମୀ ବିଶ୍ୱାଳ, ଗୁରୁଜୀ ରାଜକୁମାର ସାହୁ ଉପସ୍ଥିତ ଥିଲେ । ପରିଚୟ ପ୍ରଦାନ ଗୋପିନାଥ ବଗର୍ତ୍ତୀ କରିଥୀବା ବେଳେ ସୁବ୍ରତ କୁମାର ବେହେରା ବୃତ୍ତ ପଠନ କରିଥିଲେ । ସଂଯୋଜନା ଭାରତୀ ସାହୁ ଓ ଗୀତାଞ୍ଜଳୀ ପ୍ରଧାନ ଗୁରୁମା କରିଥିଲେ । ମହୀ ମୁଣ୍ଡା ବିଦ୍ୟାଳୟର ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ୟ ଗୁରୁମା ଭାରତୀ ସାହୁ ବ୍ୟକ୍‌ତିଗତ ଗୀତ ଗାନ କରିଥିଲେ । ଶେଷରେ ଗୁରୁଜୀ ରାଜକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ବର୍ଗର ବ୍ୟବସ୍ଥା ପ୍ରମୁଖ ଗୋପିନାଥ ବଗର୍ତ୍ତୀଙ୍କ ଦାୟିôବରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପର୍ଣ୍ଣ ହୋଇଥିଲା ।

Leave a Reply