Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ କଂସେଇଖାନା ମାମଲା: ସିଏମ୍‌ସିକୁ ହାଇକୋର୍ଟଙ୍କ ରିପୋର୍ଟ ତଲବ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ କଂସେଇଖାନା ମାମଲା: ସିଏମ୍‌ସିକୁ ହାଇକୋର୍ଟଙ୍କ ରିପୋର୍ଟ ତଲବ୍


କଟକ, : କଟକ ସହରରେ ବେଆଇନ କଂସେଇଖାନା ଖୋଲିବା ମାମଲାରେ ହାଇକୋର୍ଟ କଟକ ମହାନଗର ନିଗମ (ସିଏମ୍‌ସି)କୁ ରିପୋର୍ଟ ତଲବ କରିଛନ୍ତି । ଗୋହତ୍ୟା ନିରୋଧ ଆଇନ ଅଧାରରେ କୌଣସି କଂସେଇଖାନାରେ ଗାଈଙ୍କୁ ହତ୍ୟା କରାଯାଇ ପାରିବ ନାହିଁ । ଯଦି ଆଇନରେ ଗାଈଙ୍କୁ ହତ୍ୟା କରିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ରହିଛି ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜଣାଇବାକୁ ହାଇକୋର୍ଟ ସିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାରକୁ ମାମଲାର ପରବତ୍ତୀ ଶୁଣାଣି ହେବ । ଗୋ’ ଫାଉଣ୍ଡେସନ୍ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁଯାୟୀ ଯେଉଁ କଂସେଇଖାନାଗୁଡ଼ିକ ରହିଛି ସେଗୁଡ଼ିକ କିପରି ଠିକ୍ ଭାବେ ଚାଲିବ ସେଥିପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ସହରରେ କେଉଁଠି କେଉଁଠି କଂସେଇଖାନା ନିର୍ମାଣ କରାଯିବ, ଏଥିପାଇଁ କି’ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସଂକ୍ରାନ୍ତରେ ସିଏମ୍‌ସି ଠାରୁ ଜବାବ ତଲବ କରିଥିଲେ । ସିଏମ୍‌ସି ଏହା ଉପରେ ବିସ୍ତୃତ ରିପୋର୍ଟ ଦାଖଲ ନକରି ଜରିମାନା ଆଦାୟ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲା । ଫଳରେ ହାଇକୋର୍ଟ ସାନି ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସିଏମ୍‌ସି ପୁନର୍ବାର ଯେଉଁ ସତ୍ୟପାଠ ଦାଖଲ କରିଥିଲା ତାହାକୁ ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ପୀୟୁଷ ପଣ୍ଡା ସହଯୋଗ କରୁଛନ୍ତି ।

Leave a Reply