Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶାଳ ସମ୍ବର୍ଦ୍ଧନା ସଭା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶାଳ ସମ୍ବର୍ଦ୍ଧନା ସଭା


ଭୁବନେଶ୍ୱର : ଜନସଂଘରୁ ବିଜେପିର ଯାତ୍ରା ପରେ ବିଜେଡି ସହ ମେଣ୍ଟ ସରକାର ଓ ଶେଷରେ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଦେଶର ପୂର୍ବତଟରେ ପ୍ରଥମଥର ପାଇଁ ଓଡ଼ିଶା ପରି ରାଜ୍ୟରେ ଏକାକୀ ସରକାର ଗଠନ କରିବା ଓ ମୋଦୀ ୩.୦ ସରକାରରେ ବିଜେପି କେବଳ ଓଡ଼ିଶାରୁ ୨୦ଜଣ ସାଂସଦ ପଠାଇଥିବାରୁ ଓଡ଼ିଶାକୁ ଅନ୍ୟ କୌଣସି ରାଜ୍ୟ ତୁଳନାରେ ସବୁଠାରୁ ଅଧିକ ପ୍ରାଧାନ୍ୟ ମିଳିଛି । ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସହ ରାଜ୍ୟବାସୀଙ୍କୁ ଏହି ବିଜୟର ଶ୍ରେୟ ଦେଇ କୃତଜ୍ଞତା ଦେବାକୁ ଭୁଲିନାହିଁ ଭାରତୀୟ ଜନତା ପାର୍ଟି । ରବିବାର ପ୍ରଦର୍ଶନୀ ପଡିଆରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଦଳର ହଜାର ହଜାର ତୃଣମୂଳ ସ୍ଥରରେ ଥିବା କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଗୋଟିଏ ପଟେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ରାଜ୍ୟବାସୀଙ୍କ ଏକ କେନ୍ଦ୍ରୀୟ ଦଳକୁ ଆଞ୍ଚଳିକ ଅସ୍ମିତା ଓ ସ୍ୱାଭିମାନରକ୍ଷାର ଗୁରୁଦାୟୀତ୍ୱ ପ୍ରଦାନ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନର ସଭା ଥିଲା । ନମ୍ରତା, ପରିଶ୍ରମ ଓ ଅତ୍ୟନ୍ତ ସମ୍ବେଦନଶୀଳତାର ସହ ରାଜ୍ୟବାସୀ ଯେଉଁ ଆକାଙ୍‌କ୍ଷା ସହ ବିଜେପି ଉପସରେ ଆସ୍ଥା ପ୍ରକଟ କରିଛନ୍ତି ତାହାକୁ ଦଳ ଉଜ୍ଜିବୀତ ରଖି ଦେଶରେ ରାଜ୍ୟକୁ ଏକନମ୍ବର ରାଜ୍ୟ କରିବା ପାଇଁ କାମ କରିବ ବୋଲି ବିଶ୍ୱାଦ ଦେଇଛି । ଏହି ସମ୍ବର୍ଦ୍ଧନା ସଭାରେ ଲଗାତାର ତୃତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ହୋଇ ଶୁଣିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନଙ୍କୁ ପାର୍ଟୀ ତରଫରୁ ବୃକ୍ଷଚାରା, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ମଂଚ ପରିଚାଳନା କରିଥିଲେ ।

Leave a Reply