Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଭ୍ୟାନକୁ କାବୁ କଲା ଗଣିଆ ପୋଲିସ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଭ୍ୟାନକୁ କାବୁ କଲା ଗଣିଆ ପୋଲିସ୍‌


ଗଣିଆ : ଦିନକୁ ଦିନ ଗୋରୁ ଚାଲାଣ ଦଲାଲ୍ ମାନେ ସକ୍ରିୟ ହେବାରେ ଲାଗିଲେଣି । ବାରମ୍ବାର ଚଢ଼ାଉ କରି କିଛି ଦଲାଲ୍ ଙ୍କୁ କୋର୍ଟ ଚାଲାଣ କଲା ପରେ ମଧ୍ୟ ଗୋରୁ ବେପାରୀଙ୍କ ଡର ଭୟ ରହୁନି । ତାହାର ପୁନରାବୃତ୍ତି ଦେଖିବାକୁ ମିଲିଛ । ଗଣିଆ ଥାନା ଅନ୍ତର୍ଗତ ଗଣିଆ ତଳବଜାରରେ ରବିବାର ପୂର୍ବାହ୍ନରେ ପୁଲିସ୍ ଗୋଟିଏ ଗୋରୁ ବୋଝେଇ ଟାଟା ଏସି ଜବତ କରିଛି । ଜବତ ଟାଟା ଏସିରେ ୪ଟି ଗୋରୁ ଚାଲାଣ ହେଉଥିଲା । ଏହି ଘଟଣାରେ ପୁଲିସ୍ ୧ ଜଣଙ୍କୁ ଗିରଫ କରିବା ସହ ଟାଟା ଏସିକୁ ଜବତ କରି ତଦନ୍ତ ଜାରିରଖିଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା କହିଛନ୍ତି ! ସୂଚନା ଥାଉକି ଦୀର୍ଘଦିନ ଧରି ଗଣିଆ ଅଞ୍ଚଳରେ ଦିନକୁ ଦିନ ଗୋରୁ ଚାଲାଣ ବୃଦ୍ଧି ପାଉଥିବା ବେଳେ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଗୋରୁଚାଲାଣ ଗାଡି ସହିତ ଗୋରୁ ଓ ବେପାରୀଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ଥାନା ଅଧିକାରୀଙ୍କ ଘନ ଘନ ଛଡାଉ ଯୋଗୁ ଗଣିଆ ଅଞ୍ଚଳରେ ଗୋରୁ ବେପାରୀ ମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଦେଖିବାକୁ ମିଳିଛି

Leave a Reply