Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜିଠୁ ନୂଆ ଆଇନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜିଠୁ ନୂଆ ଆଇନ୍


ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଇତିହାସ ପାଲଟିବ ଆଇପିସି, ସିଆର୍‌ପିସି ଓ ଏଭିଡେନ୍ସ ଆକ୍ଟ । ବ୍ରିଟିଶ ଅମଳର ଫୌଜଦାରୀ ଆଇନ୍ ହଟି ଓ ଲାଗୁହେବ ୩ ନୂଆ ଆଇନ୍ । ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ) । କେବଳ ନାଁ ନୁହେଁ, ଏହି ୩ନୂଆ ଅପରାଧିକ ଆଇନ୍‌ରେ ବଦଳିଛି ଧାରା ଓ ଦଣ୍ଡବିଧାନ ବ୍ୟବସ୍ଥା । ନୂଆ ଆଇନ୍ ଅନୁସାରେ ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା ମିଳିପାରେ । ମବ୍‌ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ବର୍ଷ ଜେଲ୍‌ରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି । ଦେଶଦ୍ରୋହ ଆଇନ୍‌ରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ମଧ୍ୟ ବଦଳିବ । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ୱ ଓ ଏକତାକୁ କ୍ଷୁଣ୍ଣ କରିବା ଭଳି ଅପରାଧ ପାଇଁ ଆଇନ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ନୂଆ ଆଇନ୍‌ରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି । ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବ । ଫେରାର୍ ଓ ପଳାତକ ଅଭିଯୁକ୍ତ ବିରୋଧରେ ବି ଆରମ୍ଭ ହୋଇପାରିବ ମୋକଦ୍ଦମା । ଆଇନଗତ ବିକଳ୍ପ ଶେଷ ହେବାର ୩୦ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଯାଚିକା ଦେବାକୁ ପଡ଼ିବ ବୋଲି ନୂଆ ଆଇନ୍‌ରେ ବ୍ୟବସ୍ଥା ରହିଛି । କେବଳ ଦଣ୍ଡବିଧାନ ବ୍ୟବସ୍ଥା ନୁହେଁ, ସୋମବାରଠୁ ନୂଆ ଆଇନ୍ ଲାଗୁହେବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ, ପୂରା ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆସିବାକୁ ଯାଉଛି । ଏଣିକି ପୋଲିସ୍ ସମସ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ଲଗାଇପାରିବ ନାହିଁ ।

Leave a Reply