Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରର ଅର୍ଥନୀତି, ଅର୍ଥ ମନ୍ତ୍ରଣାଳୟର ଅନୁମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାରର ଅର୍ଥନୀତି, ଅର୍ଥ ମନ୍ତ୍ରଣାଳୟର ଅନୁମାନ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ । ଏହା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଦେଶର ଅର୍ଥନୀତି ଉପରେ ଏକ ରିପୋର୍ଟ ଜାରି କରିଛି । ଏହା ଅନୁସାରେ ଦେଶର ଅର୍ଥନୀତି ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାର ହେବ । ଏହାସହ ଦୁନିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବା ନେଇ ଅନୁମାନ କରାଯାଉଛି । ତେବେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରତି ବର୍ଷ ସାଧାରଣ ବଜେଟ୍ ପୂର୍ବରୁ ଆର୍ôଥକ ସର୍ଭେ ରିପୋର୍ଟ ଆସିଥାଏ । କିନ୍ତୁ ଏଥର ଅର୍ଥ ମନ୍ତ୍ରଣାଳୟର ସମୀକ୍ଷା ରୂପେ ‘ଦ ଇଣ୍ଡିଆନ ଇକୋନମି: ଏ ରିଭ୍ୟୁ’ ନାଁରେ ଏକ ରିପୋର୍ଟ ଜାରି କରିଛି । ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ କାରଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ନିର୍ବାଚନ ଜିତିବା ପରେ ନୂଆ ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ସାଧାରଣ ବଜେଟ୍ ପୂର୍ବରୁ ଆର୍ôଥକ ସର୍ଭେ ରିପୋର୍ଟ ଜାରି କରାଯିବ । ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ôଥକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱର କହିଛନ୍ତି, ଏହି ରିପୋର୍ଟ ଆର୍ôଥକ ସର୍ଭେକ୍ଷଣର ସ୍ଥାନ ନେଉ ନାହିଁ । ସେ କହିଛନ୍ତି, ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣକାଳୀନ ବଜେଟ୍ ପୂର୍ବରୁ ତାହା ଜାରି କରାଯିବ । ରିପୋର୍ଟରେ ମୋଦୀ ସରକାର ତୃତୀୟ ଥର କ୍ଷମତାକୁ ଆସିବା ପରେ ଆର୍ôଥକ ସୁଧାରରେ ନିରନ୍ତରତାର ସଂକେତ ଦିଆଯାଇଛି । ମୋଦୀ ସରକାରଙ୍କ ଦୁଇଟି କାର୍ଯ୍ୟକାଳ କଥା ଉଲ୍ଲେଖ କରି ଏଥିରେ କୁହାଯାଇଛି ଯେ ଏହି ୧୦ ବର୍ଷର ଯାତ୍ରା ଉଜ୍ୱଳ ଭବିଷ୍ୟତର ସଂକେତ ଦେଉଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଏବେ ୩.୭ ଟ୍ରିଲିୟନ ଡଲାର ସହ ଚତୁର୍ଥ ସବୁଠୁ ବଡ ଅର୍ଥବ୍ୟବସ୍ଥା । ରିପୋର୍ଟ ଅନୁସାରେ କରୋନା ମହାମାରୀ ଏବଂ କ୍ଷମତାକୁ ଆସିବା ବେଳେ ମିଳିଥିବା ଏକ ଦୁର୍ବଳ ଅର୍ଥବ୍ୟବସ୍ଥା ସତ୍ତ୍ୱେ ମଜଭୁତ ଉତ୍ଥାନ ହାସଲ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଘରୋଇ ଚାହିଦା, ବ୍ୟକ୍ତିଗତ ଖର୍ଚ୍ଚ ଏବଂ ନିବେଶରେ ଯେଉଁ ମଜଭୁତି ଦେଖିବାକୁ ମିଳିଛି, ତାହା ଗତ ୧୦ ବର୍ଷରେ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଏବଂ ଯୋଜନା ପାଇଁ ସମ୍ଭବ ହୋଇପାରିଛି । ସରକାରଙ୍କ ନୀତିଗୁଡିକ ଉତ୍ପାଦନକୁ ବଢାଇବା ପାଇଁ ଫିଜିକଲ ଏବଂ ଡିଜିଟାଲ ଭିତ୍ତିଭୂମିରେ ନିବେଶ ସହ ଯୋଗାଣ ପକ୍ଷକୁ ମଧ୍ୟ ମଜଭୁତ କରାଯାଇଛି । ଏପରିସ୍ଥିତିରେ ଆର୍ôଥକ ବର୍ଷ ୨୫ରେ ଦେଶର ଜିଡିପି ୭ ପ୍ରତିଶତ ରହିବା ନେଇ ସମ୍ଭାବନା ଅଛି । ଗତ ଜାନୁଆରୀ ୫ରେ ଆର୍ôଥକ ବର୍ଷ ୨୪ରେ ଜିଡିପି ୭.୩ ପ୍ରତିଶତ ରହିବା ନେଇ ସରକାର ଅନୁମାନ କରିଥିଲେ ।

Leave a Reply